ଗଣେଶ ମେଳା ଆୟୋଜନ ନିମନ୍ତେ ପୁଲିସ ଓ ପ୍ରଶାସନର ସମନ୍ୱୟ ବୈଠକ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲାରେ ଗଣେଶ ମେଳା ପର୍ବ ପାଳନ ନିମନ୍ତେ ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପୁଲିସ, ପ୍ରଶାସନ ଓ ଆୟୋଜକ କମିଟିକୁ ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏସପି ପ୍ରମୋଦ କୁମାର ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଓ ମେଳା କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ ମୁଖ୍ୟତଃ ଆଇନ ଶୃଙ୍ଖଳା, ନିରବିଛିନ୍ନ ବିଜୁଳି, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହିବାକୁ ନିଷ୍ପତ୍ତି ନିଆଯାଇଥିଲା । କରୋନା କଟକଣା ପାଇଁ ଦୀର୍ଘ ୨ବର୍ଷ ଧରି ମେଳା ଆୟୋଜନ ସ୍ଥଗିତ ରହିଥିବାବେଳେ ଚଳିତ ବର୍ଷ ଜିଲ୍ଲାରେ ମେଳା ଅନୁଷ୍ଠିତ ହେବାକୁ ଥିବାରୁ ସମ୍ଭାବ୍ୟ ଜନ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ହୋଇଥିବା ଜଣାପଡ଼ିଛି । ୯ଦିନ ଧରି ଆୟୋଜିତ ହେବାକୁ ଥିବା ଗଣେଶ ମେଳାରେ ମୁଖ୍ୟତଃ ରାତ୍ରିକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲା ପୁଲିସ ଜନସାଧାରଣ ଓ ମେଳା କମିଟିର ସହଯୋଗ କାମନା କରିଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଡିଏସପି ଅମ୍ରିତା ମହାନ୍ତି, ଦେବଗଡ଼ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକ, ଗଣେଶ ମେଳା କମିଟି ପୂଜା ସଭାପତି ଶମ୍ଭୁନାଥ ଗୋଏଲ, ସମ୍ପାଦକ ଶୁକଦେବ ଭଞ୍ଜଙ୍କ ସମେତ କମିଟିର ବହୁ ପଦାଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।