ବିଜୁ ମହିଳା ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ

ନବରଙ୍ଗପୁର,ଏନ୍‌ଏନ୍‌ଏସ: ବିଜୁ ମହିଳା ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆମ୍ବ, ପିଜୁଳି, ପଣସ ଓ ଶାଗୁଆନ ଆଦି ଗଛ ରୋପଣ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ସଦାଶିବ ପ୍ରଧାନି, ବିଜେଡି ଜିଲ୍ଲା ସହପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର, କୋରାପୁଟ ଜୋନ ଯୁବ ବିଜେଡି ସଭାପତି ତାପସ ତ୍ରିପାଠୀ, ବିଜେଡି ନେତା ସରୋଜ ପାତ୍ର ଓ ମହିଳା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝୀଙ୍କ ସମେତ ବହୁ ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ ।