ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ବାବୁସାନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ନିକଟରେ ଅଭିନେତା ବାବୁସାନ ମହାନ୍ତିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ଉକ୍ତ ଭିଡ଼ିଓରେ ବାବସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଅଭିନେତ୍ରୀ ପ୍ରକୃତିଙ୍କୁ ମାଡ଼ ମାରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଉ ଏବେ ସମ୍ପୃକ୍ତ ଘଟଣାକୁ ନେଇ ବାବୁସାନ ଏକ ଭିଡିଓ ଜାରି କରି ସମଗ୍ର ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି ।

ବାବୁସାନ କହିଛନ୍ତି ଯେ, ଗତ କିଛିଦିନ ତଳେ ଯେଉଁ ଘଟଣା ଘଟିଥିଲା ସେଥିପାଇଁ ମୁଁ ସମଗ୍ର ଓଡ଼ିଶାବାସୀଙ୍କୁ କ୍ଷମା ମାଗୁଛି । ମୋ ସ୍ତ୍ରୀ ତୃପ୍ତି ଓ ଶ୍ୱଶୁର ଲଳିତ ଶତପଥୀଙ୍କ ନାଁରେ ଗୋଟିଏ କେସ୍ ହୋଇଛି । ତାଙ୍କ ପରିବାର ବହୁତ କଷ୍ଟ ପାଇଛନ୍ତି । ମୁଁ ପ୍ରମିସ କରୁଛି ଏଭଳି ଭୁଲ୍ ଆଉ କେବେ ବି ହେବନି ।