ବିଷାକ୍ତ ମଦ ପିଇ ୪ ଗୁରୁତର

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ଆଡ଼ିବଙ୍ଗା ଗ୍ରାମରେ ବିଷାକ୍ତ ମଦ ପିଇ ୪ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ସେମାନେ ଆଜି ସକାଳ ୫ ଟା ସମୟରେ ଆଡ଼ିବଙ୍ଗା ଗ୍ରାମର ଏକ ସଲପ ଗଛକୁ ଯାଇ ମଦ ପିଇଥିଲେ । ମଦ ପିଇବାର କିଛି ସମୟ ପରେ ବାନ୍ତି କରି ବାସହ ମୁଣ୍ଡ ବୁଲାଇ ହୋଇ ୪ ଜଣ ଗୁରୁତର ହୋଇଯାଇଥିଲେ। ଗାଁ ଲୋକ ଗୁରୁତର ମାନଙ୍କୁ ବ୍ରାହ୍ମଣୀଗାଁ ମେଡିକାଲକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ସଲପ ମଦରେ କେହି ଦୁର୍ବୁତ୍ତ ବିଷ ମିଶାଇ ଦେଇଥିବା ସନ୍ଦେହ କରାଯାଉଛି । ଘଟଣା ବିଷୟରେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କୁ ପଚାରିବାରୁ ସେ ଘଟଣା ବିଷୟରେ ଜାଣିନଥିବା କଥା କହିବା ସହ କୌଣସି ଅଭିଯୋଗ ଆସିନଥିବା କହିଛନ୍ତି।