ଯବାନଙ୍କୁ ସମ୍ମାନ ଦେବାକୁ ଦୀପ ଜଳାନ୍ତୁ: ମୋଦୀ

ନୂଆଦିଲ୍ଲୀ, ଏଜେନ୍ସି: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଯବାନଙ୍କ ସହ ଦୀପାବଳୀ ପାଳନ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଜସ୍ଥାନର ଜୈସାଲମେର ସୀମାରେ ମୋଦୀ ଦୀପବଳି ପାଳନ କରିପାରନ୍ତି ଏବଂ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିପାରନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏସମ୍ପର୍କିତ କୌଣସି ସୂଚନା ଦିଆଯାଇନାହିଁ। ଅନ୍ୟପଟେ ବିନା ଭୟ ବିନା ସଙ୍କୋଚରେ ଆମ ଦେଶକୁ ରକ୍ଷା କରୁଥିବା ଯବାନଙ୍କୁ ସାଲ୍ୟୁଟ୍ ଜଣାଇବାକୁ ଦୀପାବଳୀ ଅବସରରେ ଗୋଟିଏ ଲେଖାଏଁ ଦୀପ ଜାଳିବାକୁ ମୋଦୀ ଟ୍ୱିଟ୍ ଯୋଗେ ନିବେଦନ କରିଛନ୍ତି। ସେମାନଙ୍କ ତ୍ୟାଗ ଏବଂ ବଳିଦାନ ପାଇଁ ଧନ୍ୟବାଦ ଦେବାକୁ ଶଦ୍ଦ କମ୍ ପଡ଼ିଯିବ। ଏହାଛଡ଼ା ଯବାନଙ୍କ ପରିବାର ଉଦ୍ଦେଶ୍ୟରେ ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି। ଦୀପାବଳୀ ଅବସରରେ ଯବାନଙ୍କ ଉଦ୍ଦେଶ୍ୟରେ ଦୀପ ଜଳାଇବାକୁ ଶେଷ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ମଧ୍ୟ ମୋଦୀ ନିବେଦନ କରିଥିଲେ।