ଆସନ୍ତା ୫ରେ ପଞ୍ଜାବ ଗସ୍ତ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୫ ତାରିଖରେ ପଞ୍ଜାବର ଫିରୋଜପୁର ଗସ୍ତ କରିବେ। ଏହି ଅବସରରେ ୪୨ହଜାର ୭୫୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପରିଯୋଜନାର ଶିଳାନ୍ୟାସ କରିବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ବୟାନ ଜାରି କରାଯାଇଛି।

ଏହି ପରିଯୋଜନାରେ ସାମିଲ ଥିବା ଗ୍ରୀନଫୀଲ୍ଡ ଏକ୍ସପ୍ରେସ-ୱେ ଶିଖ ଧାର୍ମିକ ସ୍ଥଳୀ ସୁଲତାନପୁର ଲୋଢ଼ୀ, ଗୋଇନ୍ଦବାଲ ସାହିବ, ଖଡୁର ସାହିବ, ତରନତାରନ ଓ କତାରସ୍ଥିତ ହିନ୍ଦୁଙ୍କ ପବିତ୍ର ଧର୍ମସ୍ଥଳୀ ବୈଷ୍ଣବ ଦେବୀକୁ ଯୋଡ଼ିବ। ଏହି ଏକ୍ସପ୍ରେସ-ୱେ ହରିୟାଣା, ଚଣ୍ଡୀଗଡ଼଼, ପଞ୍ଜାବ ଓ ଜମ୍ମୁ-କଶ୍ମୀରର ପ୍ରମୁଖ ଉଦ୍ୟୋଗିକ ସହର ଅମ୍ବାଲା, ଚଣ୍ଡୀଗଢ଼, ମହାଲି, ସଙ୍ଗଋର, ପଟିୟାଲା, ଲୁଧିୟାନା, ଜଳନ୍ଧର, କପୁରଥଲା, କଠୁଆ ଓ ସାମ୍ବାକୁ ମଧ୍ୟ ଯୋଡ଼ିବ ବୋଲି ସୂଚନା ମିଳିଛି।