ମୁମ୍ବାଇରୁ ଗୋଆ ଯାଉଥିବା କାର୍ଡିଲିୟା କ୍ରୁଜର ୬୬ ଯାତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ବଢ଼ି ଚାଲିଥିବାବେଳେ ମୁମ୍ବାଇରୁ ଗୋଆ ଯାଉଥିବା କାର୍ଡିଲିୟା କ୍ରୁଜର ୬୬ଜଣ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉକ୍ତ କ୍ରୁଜରେ ୨ହଜାର ଯାତ୍ରୀ ଯାତ୍ରା କରୁଥିଲେ। ଏନେଇ ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ କହିଛନ୍ତି ଯେ, ଚାଳକ ଦଳର ଜଣେ ସଦସ୍ୟଙ୍କ କରୋନା ରିପୋର୍ଟ ପଜିଟିଭ ଆସିବାରୁ ସବୁ ଯାତ୍ରୀଙ୍କ କରୋନା ଟେଷ୍ଟ କରାଯାଇଥିଲା। ସେଥିରୁ ୬୬ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ମୁମ୍ବାଇରୁ ଗୋଆ ପହଞ୍ଚିଥିବା ଜାହଜକୁ ସମୁଦ୍ରରେ ହିଁ ରୋକି ଦିଆଯାଇଥିଲା। ଯାତ୍ରୀଙ୍କୁ ଜାହାଜରୁ ଓହ୍ଲାଯିବ କି ନାହିଁ ସେନେଇ ସରକାର ନିଷ୍ପତ୍ତି ନେବେ।