ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ ଭେଣ୍ଡର ଆତ୍ମ ନିର୍ଭର ଭାରତ ନିଧି ଯୋଜନା ପାଇଁ ସ୍ୱତନ୍ତ୍ର ଶିବିର

ଦେବଗଡ଼,ଏନ୍‍ଏନ୍‍ଏସ୍‍: ଦେବଗଡ଼ ପୌରପରିଷଦ ପକ୍ଷରୁ ପୌରାଞ୍ଚଳରେ ଥିବା ଉଠା ଦୋକାନି ବ୍ୟକ୍ତି ବିଶେଷଙ୍କୁ ଆତ୍ମ ନିର୍ଭର କରିବା ଲକ୍ଷ୍ୟରେ ଆଜି ପୌର କାର୍ଯ୍ୟାଳୟ ଠାରେ ‘ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ ଭେଣ୍ଡର ଆତ୍ମ ନିର୍ଭର ଭାରତ ନିଧି’ ଯୋଜନାର ଏକ ଶିବିର ଅନୁଷ୍ଠିତ ହୋଇଯାଇଛି। ସିଏମଏମ ଅଭିଷେକ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜନ କରାଯାଇଛି।

ଏହି ଶିବିରରେ ଲିଡ଼ ବ୍ୟାଙ୍କ ମ୍ୟାନେଜର ଭୀମସେନ ମାଝୀଙ୍କ ଉପସ୍ଥିତିରେ ଆତ୍ମ ନିର୍ଭର ହେବା ଲକ୍ଷ୍ୟରେ ୪୦ରୁ ଊର୍ଦ୍ଧ୍ୱ ଆବେଦନକାରୀ ବିଭିନ୍ନ ବ୍ୟବସାୟ ପାଇଁ ଋଣ ମଞ୍ଜୁରି ନିମନ୍ତେ ଆବେଦନ କରିଛନ୍ତି। ସେମାନଙ୍କ ଆବେଦନପତ୍ର ଗୁଡିକୁ ବିଭିନ୍ନ ବ୍ୟାଙ୍କକୁ ପଠାଯାଇଥିବା ଜଣାପଡିଛି।