କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ଲଗାଇଲେ ହେମା ମାଳିନୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଳିନୀ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ଲଗାଇଛନ୍ତି। ହେମା ମୁମ୍ବାଇର କପୁର ହସ୍ପିଟାଲରେ ଭ୍ୟାକ୍ସିନ ନେଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ହେମାଙ୍କ ପୂର୍ବରୁ ଗତକାଲି ଅଭିନେତା ସୈଫ ଅଲ୍ଲୀ ଖାନ୍ ମଧ୍ୟ ଟିକା ଲଗାଇଛନ୍ତି।