ପାଟନାରୁ ଧରାପଡ଼ିଲେ ସନ୍ଦିଗ୍ଧ ଆତଙ୍କବାଦୀ, ଟାର୍ଗେଟରେ ଥିଲେ ପ୍ରଧାନମନ୍ତ୍ରୀ

ପାଟନା: ପାଟନାର ଫୁଲବାରୀଶରୀଫରୁ ୨ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଧରାଯାଇଛି । ଉଭୟ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ)ର ସଦସ୍ୟ ହୋଇଥିବା ନେଇ ଏମାନଙ୍କ ପାଖରୁ ଜବତ ହୋଇଥିବା କାଜଗପତ୍ରରୁ ଜଣାପଡ଼ିଛି । ଏହି କାଗଜପତ୍ର ଅନୁସାରେ ପାଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ ।

ସୂଚନାଯୋଗ୍ୟ, ଫୁଲବାରୀଶରୀଫ ଥାନା ଅନ୍ତର୍ଗତ କିଛି ସନ୍ଦିଗ୍ଧ ପ୍ରସ୍ତାବିତ ପ୍ରଧାନମନ୍ତ୍ରୀଙ୍କ ପାଟନାରେ ଗସ୍ତରେ କିଛି କ୍ଷତି ଘଟାଇବା ଉଦ୍ଦେଶ୍ୟରେ ଏକାଠି ହେବା ନେଇ ଜୁଲାଇ ୧୧ରେ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏନେଇ ଉକ୍ତ ଆତଙ୍କବାଦୀଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଉଥିଲା । ଫୁଲବାରୀଶରୀଫରେ ଦଙ୍ଗା କରିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଥିଲା । କିନ୍ତୁ ଏମାନଙ୍କ ଚକ୍ରାନ୍ତକୁ ଗୁଇନ୍ଦା ବିଭାଗ ଠିକ୍ ସମୟରେ ଭଣ୍ଡୁର କରିଦେଇଛି ।