ମହାରାଷ୍ଟ୍ରରେ ପେଟ୍ରୋଲ ୫ଟଙ୍କା ଓ ଡିଜେଲ ୩ଟଙ୍କା କମିଲା

ମହାରାଷ୍ଟ୍ର: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରାଜ୍ୟବାସୀଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସିନ୍ଦେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟ୍ୟାକ୍ସ କମାଇବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ମହାରାଷ୍ଟ୍ରରେ ପେଟ୍ରୋଲ ୫ଟଙ୍କା ଓ ଡିଜେଲ ୩ଟଙ୍କା ଶସ୍ତା ହୋଇଯିବ ।

ଏକନାଥ ସିନ୍ଦେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପେଟ୍ରୋଲ ଓ ଡିଜେଲ ଉପରେ ଟ୍ୟାକ୍ସ କମାଇବାକୁ ନିଷ୍ପତ୍ତି ନେଇଥିଲେ । ସେତେବେଳେ ରାଜ୍ୟ ସରକାର ଟ୍ୟାକ୍ସ କମାଇ ନଥିଲେ । ଆଜି ଆମେ ପେଟ୍ରୋଲ ୫ଟଙ୍କା ଓ ଡିଜେଲ ୩ଟଙ୍କା କମ୍ କରୁଛୁ । ଏହାଦ୍ୱାରା ସରକାରୀ ପାଣ୍ଠି ଉପରେ ୬ ହଜାର କୋଟି ଟଙ୍କାର ବୋଝ ପଡ଼ିବ ।

ସୂଚନାଯୋଗ୍ୟ, ମୁମ୍ବାଇରେ ଏବେ ପେଟ୍ରୋଲ ଦର ୧୧୧.୩୫ ଟଙ୍କା ଏବଂ ଡିଜେଲ ୯୭.୨୮ ଟଙ୍କାରେ ବିକ୍ରି ହେଉଛି । ଦର କମିବା ପରେ ପେଟ୍ରୋଲ ୧୦୬. ୩୫ ଟଙ୍କା ଓ ଡିଜେଲ ୯୭.୨୮ ଟଙ୍କାରେ ମିଳିବ ।