ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକିଆ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିକ କରିବେ । ପୂର୍ବାହ୍ନ ସାଢ଼େ ୧୧ଟାରେ ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓରେ ପ୍ରଚାରିତ ହେବ । ସୂଚନାଯୋଗ୍ୟ, ଆଜି ପ୍ରଧାନମନ୍ତ୍ରୀ ମୋଦୀ ମନ୍ କି ବାତ୍ କାର୍ଯ୍ୟକ୍ରମର ୯୧ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ।
ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଛି । ଜୁଲାଇ ୩୧ ତାରିଖ ପୂର୍ବାହ୍ନ ୧୧ଟାରେ ଏହି କାର୍ଯ୍ୟକ୍ରମ ହେବ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ସେମାନଙ୍କର ବିଚାର ଉପରେ କହିବାକୁ ଅପିଲ କରିଥିଲେ ।
ସୂଚନାଯୋଗ୍ୟ, ମନ୍ କି ବାତ୍ ଏକ ଲୋକପ୍ରିୟ କାର୍ଯ୍ୟକ୍ରମ । ଏହା ୨୦୧୪ ମସିହା ଅକ୍ଟୋବର ୩ ତାରିଖରେ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୋଦୀ ଦେଶର ଅନେକ ଲୁକକାୟିତ ବ୍ୟକ୍ତି ଓ ଘଟଣାକୁ ଲୋକଲୋଚନକୁ ଆଣୁଛନ୍ତି । ଫଳରେ ଏହି କାର୍ଯ୍ୟକ୍ରମର ଲୋକପ୍ରିୟତା ବଢ଼ିବାରେ ଲାଗିଛି ।