ବାରମୁଲ୍ଲାରେ ସୁରକ୍ଷାବାହିନୀଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ

ଶ୍ରୀନଗର,ଏଜେନ୍ସି: ବ୍ୟାପକ ସୁରକ୍ଷା ସତ୍ତ୍ୱେ ଆତଙ୍କବାଦୀମାନେ ଜମ୍ମୁକଶ୍ମୀରରେ ବାରମ୍ବାର ସକ୍ରିୟ ରହୁଛନ୍ତି । ସେନା ଓ ସ୍ଥାନୀୟ ପୋଲିସର କାର୍ଯ୍ୟାନୁଷ୍ଠାନ ଭୟ କରୁନାହାନ୍ତି । ଆଜି ଜମ୍ମୁ କଶ୍ମୀର ବାରମୁଲ୍ଲାରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଘଟଣାସ୍ଥଳରୁ ସୁରକ୍ଷାକର୍ମୀଙ୍କୁ ବନ୍ଧୁକ ଓ ଅନ୍ୟ ସାମଗ୍ରୀ ମିଳିଛି ।

ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସେନାର ଯବାନ ଓ ପୋଲିସ ମିଳିତ ଭାବେ ବାରମୁଲ୍ଲା ଅଞ୍ଚଳରେ ଆତଙ୍କବାଦୀ ଥିବା ସ୍ଥାନକୁ ପହଞ୍ଚି ଘେରାବନ୍ଦୀ କରିଥିଲେ । ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀ ବ୍ୟସ୍ତ ହୋଇ ପ୍ରଥମେ ଗୁଳି କରିଥିଲା । କିନ୍ତୁ ଜବାବୀ କାର୍ଯ୍ୟାନୁଷ୍ଠାନରେ ଟଳି ପଡ଼ିଥିଲା । ନିହତ ଆତଙ୍କବାଦୀ ହେଲା ଇରସଦ ଅହମଦ ଭଟ୍ଟ । ବାରମୁଲ୍ଲାର ପାଟ୍ଟନରେ ତାର ଘର । ୨୦୨୨ ମେ’ ମାସ ଠାରୁ ସେ ଲଶ୍କର ସଂଗଠନ ସହିତ ଜଡ଼ିତ ଥିଲା । ଘଟଣାସ୍ଥଳରୁ ଗୋଟିଏ ଏକେ ରାଇଫଲ, ୨ଟି ପତ୍ରିକା ଓ ୩୦ ରାଉଣ୍ଡ ଗୁଳି ଜବତ ହୋଇଥିବା ଜମ୍ମୁ କଶ୍ମୀର ପୋଲିସ କହିଛି ।