ଅକ୍ଟୋବର ୧ରେ ୫ଜି ସେବା ଲଞ୍ଚ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧ ତାରିଖରେ ‘ଇଣ୍ଡିଆ ମୋବାଇଲ କଂଗ୍ରେସ’ କାର୍ଯ୍ୟକ୍ରମରେ ୫ଜି ସେବା ଲଞ୍ଚ କରିବେ । ପ୍ରଗତି ମଇଦାନରେ ହେବାକୁ ଥିବା ଇଣ୍ଡିଆ ମୋବାଇଲ କଂଗ୍ରେସ କାର୍ଯ୍ୟକ୍ରମ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଉକ୍ତ କାର୍ଯ୍ୟକ୍ରମକୁ ସଂଯୁକ୍ତ ରୂପେ ଦୂରରସଞ୍ଚାର ବିଭାଗ ଏବଂ ସେଲ୍ୟୁଲର ଅପରେଟର୍ସ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ କରାଯିବ ।

ଗତ ସପ୍ତାହରେ କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ସରକାର କମ୍ ସମୟ ମଧ୍ୟରେ ଦେଶରେ ୫ଜି ସେବାର ୫୦ ପ୍ରତିଶତ କଭରେଜ ପୂରଣ କରିବାର ଲକ୍ଷ୍ୟ ରଖିଛନ୍ତି । ପ୍ରଥମ ଚରଣରେ ମୋଟ ୧୩ଟି ରାଜ୍ୟରେ ୫ଜି ସେବା ଉପଲବ୍ଧ କରିବାର ଯୋଜନା ରଖାଯାଇଛି । ୫ଜି ଉପଭୋକ୍ତାଙ୍କୁ ୪ଜି ତୁଳନାରେ ୧୦ ପ୍ରତିଶତ ଅଧିକ ଇଣ୍ଟରନେଟ ସ୍ପୀଡ ମିଳିବ ।