୨୯ରେ ଆସିବେ ନଡ୍ଡା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୨୭ ତାରିଖ ସକାଳ ୧୦ଟାରେ ଭୁବନେଶ୍ୱର ପହଞ୍ଚିବେ । ନଡ୍ଡାଙ୍କୁ ସେଠାରୁ ଏକ ଶୋଭାଯାତ୍ରାରେ ଦଳର ରାଜ୍ୟ କାର୍ଯ୍ୟାଳୟକୁ ଅଣାଯିବ । ପରେ ନଡ୍ଡା ଦିନ ୧୧ଟାରେ ଜନତା ମଇଦାନରେ ପହଞ୍ଚି ପଞ୍ଚାୟତସ୍ତରୀୟ ସମାବେଶରେ ଯୋଗ ଦେବେ । ସେଠାରୁ ସଭା ସାରି ପାର୍ଟି ଅଫିସ ଆସି ଆଳୋଚନା କରିବେ । ସେଦିନ ରାତିରେ ପୁରୀ ଯିବେ ଏବଂ ୩୦ ତାରିଖ ସକାଳୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଏହାପରେ ଧାମନଗର ଯାଇ ଦିବଙ୍ଗତ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାରକୁ ଭେଟିବେ । ସେଠାରୁ ଭୁବନେଶ୍ୱର ଫେରି ଦିନ ୧୧ଟାରେ ଜନତା ମଇଦାନରେ ସଂଯୁକ୍ତ ସମାବେଶରେ ଯୋଗ ଦେବେ । ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।