ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଏନ୍ଏସ୍ଏସ୍‌ର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ବିନୋଦ ବିହାରୀ ପ୍ରଧାନ ଯୋଗଦେଇ ଛାତ୍ରୀ ମାନଙ୍କୁ ଜାତୀୟ ସେବା ଯୋଜନାର ମହତ୍ତ୍ଵ ସମ୍ପର୍କରେ ସୂଚନା ଦେଇଥିଲେ। ମହାବିଦ୍ୟାଳୟର ପୁରାତନ ଏନ୍ଏସ୍ଏସ୍ ଅଧିକାରୀ ତାଇରା ବେଗମ, ରଞ୍ଜୁଶା ପ୍ରହରାଜ ଜାତୀୟ ସେବା ଯୋଜନାରେ ଛାତ୍ରୀ ମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

ଯୁବ ରେଡକ୍ରସ୍ ସଂଜୋଜିକା ଡ. ସଂଯୁକ୍ତା ପଣ୍ଡା ଯୁବଗୋଷ୍ଠୀଙ୍କ ମଧ୍ୟରେ ନେତୃତ୍ୱର ବିକାଶ ସମ୍ପର୍କରେ ମାର୍ଗ ଦର୍ଶନ କରାଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ ଛାତ୍ରୀ ମାନଙ୍କୁ ସ୍ଵେଚ୍ଛାସେବୀ ଭାବରେ ନିଜ ଦାୟିତ୍ଵ ସମ୍ପର୍କରେ ଅବଗତ କରାଇଥିଲେ। ଜାତୀୟ ସେବା ଯୋଜନାର କାର୍ଯ୍ୟକାରୀ ଅଧିକାରୀ ସୁନୀତା ପାତ୍ର କାର୍ଯ୍ୟକ୍ରମ ପରିଚାଳନା ଓ ବିବରଣୀ ପାଠ କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରୀ ମାନେ ସକ୍ରିୟ ଯୋଗଦାନ କରି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।