କରୋନା ସ୍ଥିତି ସୁଧୁରିଲେ ଆମେରିକା ଗସ୍ତରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଯଦି ଦେଶ ତଥା ବିଶ୍ବରେ କରୋନା ମାମଲାରେ ହ୍ରାସ ଘଟେ, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଶେଷ ସୁଦ୍ଧା ଆମେରିକା ଗସ୍ତରେ ଯାଇପାରନ୍ତି।

ଆମେରିକାର ଭାରତୀୟ ରାଷ୍ଟ୍ରଦୂତ ତାରାଞ୍ଜିତ ସିଂ ସାନ୍ଧୁ ଏହା ଉପରେ ସୂଚନା ଦେଇଛନ୍ତି। ବାସ୍ତବରେ, ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଜି- ୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ବୈଠକ ପରେ ତାରାଞ୍ଜିତ ସିଂ ସାନ୍ଧୁଙ୍କ ପକ୍ଷରୁ କୁହାଯାଇଛି ଯେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ତିନିଥର ଆଲୋଚନା ହୋଇଛି।

ପ୍ରଧାନମନ୍ତ୍ରୀ ବାଇଡେନଙ୍କ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ ଓ ସେ ଆମେରିକାର ନୂତନ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ବୋଲି ତାରାଞ୍ଜିତ ସିଂ ସାନ୍ଧୁ କହିଛନ୍ତି। ଏଥିସହ ସେ କହିଛନ୍ତି ଯେ ଯଦି ଭାରତ ସମେତ ବିଶ୍ୱରେ କରୋନା ସମ୍ବନ୍ଧୀୟ ସ୍ଥିତିରେ ସୁଧାର ଆସେ, ତେବେ ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ଶେଷ ସୁଦ୍ଧା ଆମେରିକା ଗସ୍ତ କରିପାରନ୍ତି।

ଏଥିସହିତ ଭାରତ-ଆମେରିକା ସମ୍ପର୍କ ଉପରେ ସାନ୍ଧୁ କହିଛନ୍ତି ଯେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ନିକଟରେ ଆମେରିକା ଗସ୍ତ କରିଥିଲେ, ଯେଉଁଠାରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ।