କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ କର୍ମଚାରୀଙ୍କ ପାଇଁ ଜାରି ହେଲା ନୂଆ ଗାଇଡଲାଇନ

ନୂଆଦିଲ୍ଲୀ,ଏଜେନ୍ସି: ସରକାରୀ କାର୍ଯ୍ୟାଳୟରେ ଉପସ୍ଥାନକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ନୂତନ ଗାଇଡଲାଇନ ଜାରି କରିଛି।

କର୍ମଚାରୀ, ଜନ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ, ସଚିବାଳୟ ଓ ତଦୂର୍ଦ୍ଧ୍ୱ ସ୍ତରର ସମସ୍ତ ଅଧିକାରୀଙ୍କୁ ଜୁନ୍ ୧୬ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଦିବସରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଭିନ୍ନକ୍ଷମ ଓ ଗର୍ଭବତୀ ମହିଳା କର୍ମଚାରୀମାନେ ଘରୁ କାମ ଜାରି ରଖିବେ।

ସଚିବଙ୍କ ଅଧୀନରେ ଥିବା ୫୦ ପ୍ରତିଶତ ଅଧିକାରୀ ସମସ୍ତ କାର୍ଯ୍ୟ ଦିବସରେ ଯୋଗଦେବେ ଏବଂ ଅବଶିଷ୍ଟମାନେ ଘରୁ କାମ କରିବେ ବୋଲି ବିଭାଗୀୟ ବିଜ୍ଞପ୍ତି ଅନୁଯାୟୀ ସମସ୍ତ କେନ୍ଦ୍ର ସରକାରୀ ମନ୍ତ୍ରଣାଳୟ / ବିଭାଗକୁ ଦିଆଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି।

ସରକାରୀ କାର୍ଯ୍ୟାଳୟରେ ଉପସ୍ଥାନକୁ ନିୟନ୍ତ୍ରଣ କରିବା ପାଇଁ ପର୍ସନାଲ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି। ସଚିବାଳୟ ସ୍ତରରେ ଓ ତଦୁର୍ଦ୍ଧ୍ୱ ସରକାରୀ କର୍ମଚାରୀମାନେ ସମସ୍ତ କାର୍ଯ୍ୟ ଦିବସରେ କାର୍ଯ୍ୟାଳୟରେ ଯୋଗଦେବେ। ସମସ୍ତ ଅଧିକାରୀ / କର୍ମଚାରୀଙ୍କୁ କରୋନା ଉପଯୁକ୍ତ ଆଚରଣ ସହିତ କଡାକଡି ପାଳନ କରିବାକୁ ପଡିବ। ବାରମ୍ବାର ହାତ ଧୋଇବା / ସାନିଟାଇଜେସନ୍, ମାସ୍କ / ଫେସ୍ କଭର ପିନ୍ଧିବା, ସବୁବେଳେ ସାମାଜିକ ଦୂରତା ଉପରେ ନଜର ରଖିବାକୁ ନିର୍ଦ୍ଦେଶରେ କୁହାଯାଇଛି।