ଆନ୍ଧ୍ରପ୍ରଦେଶର ସମସ୍ତ ସ୍ନାତକୋତ୍ତର ମହାବିଦ୍ୟାଳୟରେ ଇଂରାଜୀ ମାଧ୍ୟମ ବାଧ୍ୟତାମୂଳକ

ଆନ୍ଧ୍ରପ୍ରଦେଶ,ଏଜେନ୍ସି: ଆନ୍ଧ୍ରପ୍ରଦେଶ ସରକାର ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସ୍ନାତକୋତ୍ତର ମହାବିଦ୍ୟାଳୟରେ ଇଂରାଜୀ ମାଧ୍ୟମ ବାଧ୍ୟତାମୂଳକ ଘୋଷଣା କରିଛନ୍ତି।

ଏବେ ଛାତ୍ରମାନେ ଇଂରାଜୀ ମାଧ୍ୟମରେ ସ୍ନାତକୋତ୍ତର ପାଠ୍ୟକ୍ରମ ଅନୁସରଣ କରିବା ବାଧ୍ୟତା ମୂଳକ ଅଟେ। ସ୍ନାତକୋତ୍ତର ସ୍ତରରେ ତେଲୁଗୁ ମାଧ୍ୟମରୁ ଇଂରାଜୀ ମଧ୍ୟମକୁ ପରିବର୍ତ୍ତନ ସହଜ ହେବ। ସରକାରୀ ପ୍ରକାଶନରେ କୁହାଯାଇଛି ଯେ ଏହା ସ୍ନାତକୋତ୍ତର ପାଠ୍ୟକ୍ରମରେ ବିଭିନ୍ନ ସ୍ତରରେ କଥିତ ଇଂରାଜୀ ପାଠ୍ୟକ୍ରମ ମଧ୍ୟ ପ୍ରବର୍ତ୍ତନ କରିବ।

ପ୍ରକାଶ ଥାଉକି, ଉଚ୍ଚଶିକ୍ଷା ବିଭାଗ କହିଛି ଯେ, ମୁଖ୍ୟମନ୍ତ୍ରୀ ୟ୍ବାଇ ଏସ୍ ଜଗନ୍ ମୋହନ ରେଡ୍ଡୀଙ୍କ ଦ୍ୱାରା ଅନୁଷ୍ଠିତ ଏକ ବୈଠକରେ ସମସ୍ତ ସରକାରୀ, ବେସରକାରୀ ଏବଂ ସରକାରୀ ସହାୟକ ଡିଗ୍ରୀ କଲେଜଗୁଡ଼ିକରେ ଇଂରାଜୀ ମାଧ୍ୟମ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନିଆଯାଇଛି।