ଆଜି ଆଇ2ୟୁ2 ସମ୍ମିଳନୀ, ସାମିଲ ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି (ଗୁରୁବାର) ଆଇ2ୟୁ2 ସମ୍ମିଳନୀ । ମିଳିତ ଅର୍ଥ ନିବେଶ ଏବଂ କାରବାରକୁ ଦୃଷ୍ଟିରେ ରଖି ଭାରତ, ଇସ୍ରାଏଲ, ଆମେରିକା ଏବଂ ସଯୁକ୍ତ ଆବର ଏମିରେଟ୍ସ ମଧ୍ୟରେ ଆଇ2ୟୁ2 (India-Israel-UAE-USA) ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲରେ ସାମିଲ ହେବେ । ଏହି ସମ୍ମିଳନୀ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ।

ଏହା ସହିତ ଇସ୍ରାଏଲ ପ୍ରତିପକ୍ଷ ୟେର ଲ୍ୟାପିତ, ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦ ଅଲ ନହୟାନ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଯୋଗ ଦେବେ । ୨୦୨୧ ଅକ୍ଟୋବର ୧୮ରେ ଏହି ୪ ଦେଶର ବର୍ହିବ୍ୟାପାର ମନ୍ତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଏକ ବୈଠକରେ ଆଇ2ୟୁ2 ସମ୍ମିଳନୀ ପାଇଁ ଆଯୋଜନ ନିମନ୍ତେ ନିଷ୍ପତ୍ତି ହୋଇଥିଲା । ଜଳ, ଶକ୍ତି, ପରିବହନ, ମହାକାଶ ସମ୍ବନ୍ଧୀୟ ଯୋଜନା, ସ୍ବାସ୍ଥ୍ୟ ଖାଦ୍ୟ ନିରାପତ୍ତା ଆଦି କ୍ଷେତ୍ରରେ ମିଳିତ ନିବେଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟ ଏହି ସମ୍ମିଳନୀ ଆୟୋଜିତ ହୋଇଛି ।

ଆଇ2ୟୁ2 କଣ?

ଆଇ2ୟୁ2 କହିଲେ ଭାରତ, ଇସ୍ରାଏଲ୍, ୟୁଏଇ ଏବଂ ଆମେରିକା । ଆନ୍ତର୍ଜାତୀୟ ସ୍ତରରେ ଅର୍ଥନୀତିକୁ ଏହି ୪ ଦେଶ ମଧ୍ୟରେ ସୃଦୁଢ କରିବା ଓ ସହଯୋଗକୁ ପାଇଁ ଆଇ2ୟୁ2 ସମ୍ମିିଳନୀ ବସୁଛି । ଆଇ2ୟୁ2 ୪ ଦେଶର ଏକ ସମୂହ । ମୁଖ୍ୟତଃ ୬ ଏଜେଣ୍ଡାକୁ ନେଇ ବୈଠକରେ ଆଲୋଚନା ହେବ । ଖାଦ୍ୟ ସୁରକ୍ଷା ପ୍ରମୁଖ ପ୍ରସଙ୍ଗ ରହିଛି । ଆର୍ଥିକ ସ୍ଥିତିରେ ଉପୁଜୁଥିବା ପରିସ୍ଥିତିକୁ କିପରି ମୁକାବିଲା କରାଯିବ ସେ ଦିଗରେ ଆଲୋଚନା ହେବ । ବୈଠକ ପରେ ଏକ ବଜେଟ ରିପୋର୍ଟ ପ୍ରସ୍ତୁତ ହେବ ।