ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ପୁଲିସ ଡ୍ରାଇଭର

ସୁବର୍ଣ୍ଣପୁର,ଏନ୍‌ଏନ୍‌ଏସ୍‌: ପୁଣି ଖାକିରେ ଲାଗିଲା ଦାଗ। ଦୁଷ୍କର୍ମ ଭଳି ସଂଗୀନ ଅଭିଯୋଗରେ ଜେଲ ଗଲେ ପୁଲିସ ଡ୍ରାଇଭର। ଏଭଳି ଅଭିଯୋଗରେ ଜେଲ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପୁଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଞ୍ଜିତ ପଧାନ। ଗତକାଲି ଜିଲ୍ଲାର ସୁବଳୟା ଥାନାରେ ଜୈନିକ ଯୁବତି ରଞ୍ଜିତ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୁଲିସରେ କାର୍ଯ୍ୟରତ ଡ୍ରାଇଭର ରଞ୍ଜିତ ପଧାନ ଯୁବତିଙ୍କୁ ଦୁଷ୍କର୍ମ କରିଥିବାନେଇ ସୁବଳୟା ଥାନାରେ ମାମଲା ଦାୟର ପରେ ସୁବଳୟା ପୁଲିସ ରଞ୍ଜିତକୁ ସୁବର୍ଣ୍ଣପୁରରୁ ଉଠାଇଆଣି ଜେଲ ହାଜତକୁ ପଠାଇ ଦେଇଛି।

ପୁର୍ବରୁ ପୁଲିସ ଡ୍ରାଇଭର ନବରଙ୍ଗପୁରରେ ଚାକିରି କରୁଥିବା ସମୟରେ ମଧ୍ୟ ସେଠାକାର ଜଣେ ଯୁବତି ରଞ୍ଜିତଙ୍କ ନାଁରେ ଅଭିଯୋଗ କରିଥିଲେ। ସତେବେଳେ ପୁଲିସ ଘଟଣାକୁ ରଫାଦଫା କରିଦେବା ସହ ରଞ୍ଜିତଙ୍କୁ ମାଲକାନଗିରି ବଦଳି କରିଦେଇଥିଲେ। ଏବେ କିଛିମାସ ତଳେ ରଞ୍ଜିତ ପଧାନଙ୍କ ସୁବର୍ଣ୍ଣପୁର ଜିଲ୍ଲାକୁ ବଦଳି ହୋଇଥିଲା। କିନ୍ତୁ ରଞ୍ଜିତଙ୍କ ଚିରତ୍ରରେ ପରିବର୍ତନ ହେଲାନାହିଁ। ଏବେ ପୁଣି ସୁବଳୟା ଥାନା ଅଞ୍ଚଳର ଜଣେ ଯୁବତି ରଞ୍ଜିତଙ୍କ ନାଁରେ ଦୁଷ୍କର୍ମ ଭଳି ଅଭିଯୋଗ ପରେ ପୁଲିସ ଘଟଣାକୁ ଗୁରୁତର ସହ ନେଇ ରଞ୍ଜିତଙ୍କୁ ଗିରଫ କରିବା ସହ ଜେଲ ହାଜତକୁ ପଠାଇ ଦେଇଛି।