ଆଜି ଏଆଇୟୁର ୯୫ତମ ବାର୍ଷିକ ବୈଠକକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଆସୋସିଏସନ ଅଫ ଇଣ୍ଡିଆନ ୟୁନିଭରସିଟିର ୯୫ତମ ବାର୍ଷିକୀ ବୈଠକ ଓ କୁଳପତିଙ୍କ ଜାତୀୟ କର୍ମଶାଳାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୂର୍ବାହ୍ଣ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେବେ।

ଏହା ସହିତ ପ୍ରଧାନମନ୍ତ୍ରୀ ବି. ଆର ଆମ୍ବେଦକରଙ୍କ ଜୀବନ ଉପରେ କିଶୋର ମକୱାନଙ୍କ ଦ୍ୱାରା ଲିଖିତ ଡ. ଆମ୍ବେଦକର ଜୀବନ ଦର୍ଶନ, ଡ. ଆମ୍ବେଦକର ବ୍ୟକ୍ତି ଦର୍ଶନ, ଡ. ଆମ୍ବେଦକର ରାଷ୍ଟ୍ର ଦର୍ଶନ ଏବଂ ଡ. ଆମ୍ବେଦକର ଆୟାମ ଦର୍ଶନ ଭଳି ୪ଟି ପୁସ୍ତକର ଉନ୍ମୋଚନ କରିବେ। ଏହି କାର୍ଯ୍ୟକ୍ରମ ଅହମ୍ମଦାବାଦର ବାବାସାହେବ ଆମ୍ବେଦକର ମୁକ୍ତ ବିଶ୍ୱବିଦ୍ୟାଳୟରେ ହେବ। ଏହି କାର୍ଯ୍ୟକ୍ରମରେ ଗୁଜୁରାଟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଯୋଗଦେବେ।

କୂଳପତିଙ୍କ ଜାତୀୟ କର୍ମଶାଳାର ବିଷୟ ବସ୍ତୁ ରହିଛି ଜାତୀୟ ଶିକ୍ଷାନୀତି-୨୦୨୦କୁ ଉଚ୍ଚ ଶିକ୍ଷାରେ ପରିବର୍ତ୍ତନ କରିବା। ଏହାର ଲକ୍ଷ୍ୟ ହେଉଛି ବର୍ତ୍ତମାନ ପ୍ରଚଳିତ ହୋଇଥିବା ଜାତୀୟ ଶିକ୍ଷାନୀତି ଉପରେ ରଣନୀତି ପ୍ରସ୍ତୁତ କରିବା। ଏହି ବାର୍ଷିକ ବୈଠକ ଏଆଇୟୁର ୯୬ତମ ପ୍ରତିଷ୍ଠା ଦିବସକୁ ମନେପକାଇବା ପାଇଁ ପାଳନ କରାଯାଉଛି। ଆସୋସିଏସନ ଅଫ ଇଣ୍ଡିଆନ ୟୁନିଭରସିଟି(ଏଆଇୟୁ) ଦେଶରେ ଉଚ୍ଚ ଶିକ୍ଷାର ଏକ ସର୍ବୋଚ୍ଚ ଅଙ୍ଗ। ଆଜିଠୁ ୨ ଦିନ ଧରି ଏହାର ୯୫ତମ ବାର୍ଷିକ ସଭା ଅନୁଷ୍ଠିତ ହେବ।