ରାଜ୍ୟରେ ଦିନକରେ ସର୍ବାଧିକ ୨୨୬୭ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବର୍ତ୍ତମାନ ୨୨ ଶହ ପାର ହୋଇଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୨୨୬୭ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୩୧୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୯୫୩ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି।

ତେବେ ନୂଆ ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୪୫୮ ଜଣ ରହିଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୪୮, ବରଗଡ଼ରୁ ୧୨୦, ସମ୍ବଲପୁରରୁ ୧୨୦, କଟକରୁ ୧୧୭, ନବରଙ୍ଗପୁରରୁ ୧୦୪, ନୂଆପଡ଼ାରୁ ୧୦୪, ବଲାଙ୍ଗିରରୁ ୯୩, ଷ୍ଟେଟପୁଲରୁ ୮୧, ଗଞ୍ଜାମରୁ ୭୦, ପୁରୀରୁ ୭୦, ବାଲେଶ୍ୱରରୁ ୬୭, ମୟୂରଭଞ୍ଜରୁ ୬୦, କେନ୍ଦୁଝରରୁ ୫୫, ଝାରସୁଗୁଡ଼ାରୁ ୫୫, ଯାଜପୁରରୁ ୫୨, ଅନୁଗୁଳରୁ ୪୮, ଜଗତସିଂହପୁରରୁ ୩୫, କଳାହାଣ୍ଡିରୁ ୩୪, ଗଜପତିରୁ ୩୧, ଭଦ୍ରକରୁ ୨୮, ରାୟଗଡ଼ାରୁ ୨୭, ନୟାଗଡ଼ରୁ ୧୯, ସୋନପୁରରୁ ୧୬, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୧୨, କୋରାପୁଟରୁ ୧୨, ଦେବଗଡ଼ରୁ ୧୨, ଢ଼େଙ୍କାନାଳରୁ ୫, ମାଲକାନଗିରିରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୫୫ ହଜାର ୩୫୩କୁ ବୃଦ୍ଧି ପାଇଛି। ସେହିପରି ୩ ଲକ୍ଷ ୪୧ ହଜାର ୧୨୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୨,୨୨୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।