‘ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ’ର ଶୁଭାରମ୍ଭ କଲେ ମୋଦୀ, ଶହେ ଲକ୍ଷ କୋଟିର ଏହି ପ୍ରକଳ୍ପ ଦେଶର ଢ଼ାଞ୍ଚା ବଦଳାଇ ଦେବ…

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ‘ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ’ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଶହେ ଲକ୍ଷ କୋଟି ଟଙ୍କାର ଏହି ପ୍ରକଳ୍ପ ଦେଶର ଢ଼ାଞ୍ଚାକୁ ନୂଆ ରୂପ ଦେବ। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଯୋଜନା ପାଇଁ ଏହି ପ୍ରକଳ୍ପ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ଏଥିସହିତ ଭାରତ ସରକାରଙ୍କ ୫ ଲକ୍ଷ କୋଟି ଅର୍ଥବ୍ୟବସ୍ଥା ଲକ୍ଷକୁ ପୂରା କରିବାରେ ମଧ୍ୟ ଏହି ପ୍ରକଳ୍ପ ଭୂମିକା ବେଶ୍ ଗୁରୁତ୍ୱ ବହନ କରିବ। ଏଥିସହିତ କରୋନା ମହାମାରୀ କାରଣରୁ ଦେଶର ଆର୍ଥିକ ପ୍ରଗତି ଅଟକି ଯାଇଥିବା ବେଳେ, ତାକୁ ପୁଣି ଥରେ ଟ୍ରାକକୁ ଆଣିବାରେ ସାହାଯ୍ୟ କରିବ। ଏହି ପ୍ରକଳ୍ପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଧୀନତା ଦିବସରେ ଘୋଷଣା କରିଥିଲେ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୧୧ଟା ସମୟରେ ଦିଲ୍ଲୀର ପ୍ରଗତି ପଡ଼ିଆରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଶୁଭାରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ସମୀକ୍ଷା କରିଥିଲେ। ଭାରତ ସରକାରଙ୍କ ଏହି ମହତ୍ବାକାଂକ୍ଷୀ ଯୋଜନା ଅନୁସାରେ ରେଳ ଓ ସଡ଼କ ସମେତ ୧୬ଟି ମନ୍ତ୍ରାଳୟକୁ ଡିଜିଟାଲ ସହିତ ଯୋଡାଯିବ। ଫଳରେ ଭିତ୍ତିଭୂମି ବିକାଶ ପ୍ରକଳ୍ପରେ ଗତି ଆସିବ।