ଆମେରିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣଙ୍କୁ ଲକ୍ଷ୍ମୀପୁର ହିଂସାକୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ହାର୍ବର୍ଡ କେନେଡି ସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଲକ୍ଷ୍ମୀପୁର ହିଂସା କାଣ୍ଡକୁ ପ୍ରଶ୍ନ କରାଯାଇଥିଲା। ୪ କୃଷକଙ୍କ ମୃତ୍ୟୁ ଓ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗିରଫ ଘଟଣାରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏଥିସହ କେନ୍ଦ୍ର ମନ୍ତ୍ରୀଙ୍କୁ ପଚରାଯାଇଥିଲା କି, ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଓ ବରିଷ୍ଠ ମନ୍ତ୍ରୀ କାହିଁକି କିଛି କହିଲେନି।

ଏହାର ଜବାବରେ ସେ ଉତ୍ତରପ୍ରଦେଶର ଖେରି ହିଂସାକାଣ୍ଡକୁ ନିନ୍ଦନୀୟ ବୋଲି କହିଥିଲେ। ଏହିପରି ଘଟଣା ଅନେକ ସ୍ଥାନରେ ମଧ୍ୟ ଘଟୁଛି ଏବଂ ଏହାକୁ ନେଇ ମୁଁ ଚିନ୍ତିତ ଅଛି ବୋଲି କହିଛନ୍ତି।