ବିଶ୍ୱର ୧୦ ସର୍ବାଧିକ ଋଣୀ ଦେଶରେ ପାକିସ୍ତାନ ସାମିଲ, ଆଉ ମିଳିବନି ଋଣ

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁସାରେ ସର୍ବାଧିକ ଋଣ ନେଇଥିବା ୧୦ ଦେଶର ତାଲିକାରେ ପାକିସ୍ତାନର ନାମ ରହିଛି। ପାକିସ୍ତାନ ପାଖରେ ବାହାରର ଋଣ ଅଧିକ ରହିଛି। କରୋନା ମହାମାରୀ ପରଠୁ ଦେଶ ଗୁଡ଼ିକ ଋଣ ପାଇଁ ଆବେଦନ କରୁଥିବା ବେଳେ କେଉଁ ମାନଙ୍କୁ ଋଣ ଦିଆଯାଇ ପରିବ ସେନେଇ ବିଶ୍ୱ ବ୍ୟାଙ୍କ ଏକ ତାଲିକା ପ୍ରସ୍ତୁତ କରିଛି।

ଏହି ତାଲିକା ଅନୁସାରେ ପାକିସ୍ତାନ ପାଇଁ ବର୍ତ୍ତମାନ ବିଦେଶରୁ ଋଣ କରିବା ଅସମ୍ଭବ ହୋଇପଡ଼ିଛି। ତାଲିକାର ସବୁଠାରୁ ଅଧିକ ଋଣ କରିବା ୧୦ ଦେଶ ମଧ୍ୟରେ ଅଙ୍ଗେଲା, ବାଂଲାଦେଶ, ଇଥିୟୋପିୟା, ଘାନା, କେନିଆ, ମଙ୍ଗୋଲିଆ, ନାଇଜେରିଆ, ପାକିସ୍ତାନ, ଉଜବେକିସ୍ତାନ ଓ ଜିମ୍ବାୱେ ରହିଛି।