ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଦ୍ଧାର ବିକାଶକୁ ନେଇ ଆଜି ଏକ ସମୀକ୍ଷା ବୈଠକ ଡକାଇଥିଲେ। ଉକ୍ତ ବୈଠକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟା ଓ ଦୀନେଶ ପ୍ରସାଦ ଶର୍ମା ଉପସ୍ଥିତ ଥିଲେ। ଏହି ଅବସରରେ ମୋଦୀ କହିଛନ୍ତି ଯେ, ଅଯୋଦ୍ଧାରେ ପରମ୍ପରାର ଏମିତି ଝଲକ ଦିଶିିବା ଦରକାର ଯଦ୍ୱାରା ଆଗାମୀ ପୀଢ଼ୀ ଅତି କମରେ ଥରୁଟିଏ ଏଠାକୁ ନିଶ୍ଚିତ ରୂପେ ଆସିବାକୁ ଚାହିଁବେ। ଏଥିସହିତ ନୂତନ ଶୈଳୀରେ ଅଯୋଧ୍ୟାର ସଂସ୍କୃତିକୁ କାୟମ ରଖିବା ପାଇଁ ପ୍ରୟାସ କରିବାକୁ ମୋଦୀ ସଭିଙ୍କୁ ଆହ୍ୱାନ ଦେଇଛନ୍ତି।
ମୋଦୀ ଆହୁରି କହିଛନ୍ତି ଯେ, ଅଯୋଦ୍ଧା ଆମର ଉତ୍କୃଷ୍ଟ ପରମ୍ପରା ଓ ସର୍ବଶ୍ରେଷ୍ଠ ବିକାଶର ପ୍ରଦର୍ଶନ ହେବା ଉଚିତ। ନିକଟ ଭବିଷ୍ୟତରେ ଅଯୋଧ୍ୟାର ବିକାଶ କାମ ଜାରି ରହିବ।