ଲଗାତାର ବର୍ଷାରେ ଉବୁଟୁବୁ ପାଟନା ସହର, ଉପ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ପାଣି

ପାଟନା,ଏଜେନ୍ସି: ଖରାପ ପାଣିପାଗ ଯୋଗୁଁ ଗତକାଲି ରାତ୍ରିରୁ ପାଟନାରେ ଲଗାତାର ବର୍ଷା ଜାରି ରହିଛି। ଏଥିସହିତ ରାଜଧାନୀର ଅନେକ ସ୍ଥାନରେ ପାଣି ଜମି ରହିବା ସହିତ ରାସ୍ତା ବୁଡ଼ିଯାଇଛି। ରାଜୀବ ନଗର, ରାଜେନ୍ଦ୍ର ନଗର ଓ କଂକଡବାଗ ଭଳି ଅଞ୍ଚଳ ସହିତ ବିଧାନ ମଣ୍ଡଳରେ ପାଣି ପଶିଯାଇଛି। ଏପରିକି ଉପ ମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ଘର ଭିତରକୁ ପାଣି ପଶିଯିବା ସହିତ ଘର ଚାରିପାଖରେ ଦେଢ଼ ଫୁଟ ଉଚ୍ଚର ପାଣି ଜମି ରହିଥିବା ଦେଖିବାକୁ ମିଳିଛି।