ରୋହତାଙ୍ଗରେ ବିଶ୍ୱର ସୁଦୀର୍ଘ ‘ଅଟଳ ଟନେଲ’ ଲୋକାର୍ପିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମରିକ ଗୁରୁତ୍ୱ ବହନ କରୁଥିବା ‘ଅଟଳ ଟନେଲ୍’ ଉତ୍ତରାଞ୍ଚଳର ରୋହତାଙ୍ଗରେ ଲୋକାର୍ପିତ କରିଛନ୍ତି। ଏହି ସମାରୋହରେ ମୋଦୀଙ୍କ ସମେତ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ସିଡିଏସ୍ ବିପିନ ରାୱତ ଓ ସ୍ଥଳସେନା ମୁଖ୍ୟ ଏମ୍ଏମ୍ ନିର୍ଭାଣେ ପ୍ରମୁଖ ଉପସ୍ଥିତ ଥିଲେ। ୯.୦୨ କିମି ଲମ୍ବ ବିଶିଷ୍ଟ ଅଟଳ ଟନେଲ ବିଶ୍ୱର ସୁଦୀର୍ଘ ଓ ସର୍ବୋଚ୍ଚ ହାଇୱେ ଟନେଲ୍। ଏହି ଟନେଲ ଲୋକାର୍ପିତ ହେବା ପରେ ମୋନାଲୀ ଓ ଲେହ ମଧ୍ୟରେ ଦୂରତା ୪୬ କିମି କମିବା ସହ ଯାତ୍ରା ମଧ୍ୟ ସମୟ ୪ରୁ ୫ ଘଣ୍ଟା କମିଯିବ। ଏହି ଟନେଲ ମୋନାଲୀକୁ ବର୍ଷସାରା ଲାହୋଲ ସ୍ପିତି ଘାଟି ସହ ଯୋଡ଼ି ରଖିବ। ପୂର୍ବରୁ ଏହି ଘାଟିରେ ୬ ମାସ ପର୍ଯ୍ୟନ୍ତ ଭୀଷଣ ତୁଷାରପାତ ହୋଇଥାଏ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଉଦଘାଟନ ସମାରୋହ ପରେ ୧୨ଟାରୁ ୧୨ଟା ୪୫ ପର୍ଯ୍ୟନ୍ତ ଲାହୋଲ ସ୍ପିତିରେ ଏକ ଜନସଭାକୁ ସମ୍ବୋଧିତ କରିବେ। ଏହାପରେ ୧୨ଟା ୫୦ରେ ପୁଣି ଟନେଲ ହୋଇ ସୋଲଂଗନାଲା ପହଞ୍ଚି ବିଜେପି ନେତାଙ୍କୁ ସମ୍ବୋଧିତ କରିବେ।