ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୩,୦୫୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧,୮୦୪ ଜଣ ଓ ସ୍ଥାନୀୟ ସଂକ୍ରମଣ ୧,୨୪୯ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୨୯ ହଜାର ୩୮୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୬୧, କଟକରୁ ୨୫୬, ମୟୁରଭଞ୍ଜରୁ ୧୫୩, ଝାରସୁଗୁଡ଼ାରୁ ୧୪୬, କେନ୍ଦୁଝରରୁ ୧୩୩, ପୁରୀରୁ ୧୨୭, ସମ୍ବଲପୁରରୁ ୧୨୩, କେନ୍ଦ୍ରାପଡ଼ାରୁ ୧୧୫, ଯାଜପୁରରୁ ୧୧୦, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୯୮ଜଣ ଲେଖାଏଁ ରହିଛନ୍ତି।
ଅନ୍ୟପଟେ କରୋନା ଯୋଗୁ ଆଜି ୧୭ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ବାଲେଶ୍ୱର ଓ ଢେଙ୍କାନାଳରୁ ୩ ଲେଖାଏଁ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧାରୁ ୨ ଲେଖାଏଁ, ଭଦ୍ରକ, ଗଞ୍ଜାମ, ଯାଜପୁର, ମୟୁରଭଞ୍ଜ ଓ ନୟାଗଡ଼ାରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୮୯୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୩ଲକ୍ଷ ୯୫ ହଜାର ୨୬୫ ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୨ଲକ୍ଷ ୨୯ ହଜାର ୩୮୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୧ଲକ୍ଷ ୯୪ ହଜାର ୧୨୮ଜଣ ସୁସ୍ଥ ହୋଇଛନ୍ତି, ୮୯୨ଜଣଙ୍କର ମୃତ୍ୟୁ ଘଟିଛି ଓ ୩୪ ହଜାର ୩୧୪ ଜଣ ଚିକିତ୍ସିତ ହେଉଛନ୍ତି।