ଦୁର୍ଗାପୂଜା ପାଳିବାକୁ ମିଳିଲା ୟୁପି ସରକାରଙ୍କ ସର୍ତ୍ତଭିତ୍ତିକ ଅନୁମତି

ଲକ୍ଷ୍ନୌ,ଏଜେନ୍ସି: କରୋନା ମହାମାରୀ ମଧ୍ୟରେ କୋଭିଡ୍ ପ୍ରୋଟୋକଲ୍‌କୁ ପାଳନ କରି ଦୁର୍ଗାପୂଜା ପାଳନ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ତେବେ ନବରାତ୍ରୀ ଚଳିତମାସ ୧୭ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ୧୫ ତାରିଖରେ ଦୁର୍ଗାପୂଜା ପାଇଁ ଏକ ନୂଆ ଗାଇଡ୍‌ଲାଇନ୍ ଲାଗୁ କରାଯିବ । ସରକାରଙ୍କ କୋଭିଡ୍ ନିୟମ ଅନୁଯାୟୀ, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବାଧ୍ୟତାମୂଳକ ଥିବା ବେଳେ ପୂଜା ସ୍ଥାନରେ ସର୍ବାଧିକ ୨୦୦ ଲୋକ ଏକତ୍ର ହୋଇପାରିବେ । ସରକାର ଦୁର୍ଗାପୂଜା ପାଳନ କରିବାକୁ ଘୋଷଣା କରିବା ପରେ ସ୍ଥାନୀୟ ଦୁର୍ଗାପୂଜା କମିଟିଗୁଡ଼ିକ ଖୁସିବ୍ୟକ୍ତ କରିଛନ୍ତି ।