‘ଅଟଳ ବ୍ରିଜ’ର ଉଦଘାଟନ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଅହମ୍ମଦାବାଦସ୍ଥିତ ସାବରମତୀ ନଦୀ କୂଳରେ ‘ଅଟଳ ବ୍ରିଜ’ର ଉଦଘାଟନ କରିଛନ୍ତି । ସାବରମତୀ ରିଭରଫ୍ରଣ୍ଟରେ ଆୟୋଜିତ ଖାଦୀ ଉତ୍ସବ କାର୍ଯ୍ୟକ୍ରମକୁ ମୋଦୀ ସମ୍ବୋଧିତ କରିଛନ୍ତି । ଏହି ସ୍ଥାନରେ ହିଁ ମୋଦୀ ଏହି ପାଦଚଲା ବ୍ରିଜର ଲଞ୍ଚ କରିଛନ୍ତି । ନଗର ନିଗମ ଉକ୍ତ ବ୍ରିଜର ନାମ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ରଖିଛି । ଆକର୍ଷଣୀୟ ଡିଜାଇନ ଓ ଏଲଇଡି ଲାଇଟଯୁକ୍ତ ଏହି ବ୍ରିଜ ବେଶ ଅଦ୍ଭୁତ ଦେଖାଯାଉଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଅଟଳ ବ୍ରିଜ ସାବରମତୀ ନଦୀର ୨ଟି ଧାରକୁ ପରସ୍ପର ସହ ଯୋଡ଼ୁଛି । ଏହାର ଡିଜାଇନରେ ଗୁଜରାଟର ସୁପ୍ରସିଦ୍ଧ ଗୁଡ଼ି ମହତ୍ସୋବକୁ ମଧ୍ୟ ଧ୍ୟାନରେ ରଖାଯାଇଛି । ସାବରମତୀର ଏହି ଧାର ଆଜି ଧନ୍ୟ ହୋଇଯାଇଛି ।