ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଦୁର୍ବ୍ୟବହାର ମାମଲା; ନିଲମ୍ବିତ ପ୍ରଧାନ ଶିକ୍ଷକଙ୍କୁ କୋର୍ଟ ଚାଲାଣ

ଦେଓଗାଁ,ଏନ୍‌ଏନ୍‌ଏସ୍‌: ଦେଓଗାଁ ବ୍ଲକ୍‌ର ଏକ ସ୍କୁଲରେ ଗତ ୨୨ ତାରିଖ ଦିନ ହୋଇଥିବା ଏକ ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ଶିକ୍ଷକ ଭାବେ କାମ କରି ଏପରି କି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ବିଶ୍ବନାଥ ବୁଦ୍ଧିଆଙ୍କୁ ଘୋର ନିନ୍ଦା କରାଯାଇଛି। ୨୫ ତାରିଖ ଦିନ ପ୍ରଥମେ ସ୍କୁଲ ପରିଚାଳନା କମିଟି ହସ୍ତକ୍ଷେପ ପରେ ଶିକ୍ଷା ବିଭାଗ ପକ୍ଷରୁ ନିଳମ୍ବନ କରି ପ୍ରଥମ‌େ ପୁଲିସ ଅଟକ ଓ ପରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖ ଦିନ କୁତୁର୍ଲା ପଞ୍ଚାୟତ ମୁରସିଂ ସ୍କୁଲର ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରୀ ନିଜ ଅବିଭାବକ ନିକଟରେ ଅଭିଯୋଗ କରିଥିଲେ ଯେ ପ୍ରଧାନ ଶିକ୍ଷକ ବିଶ୍ବନାଥ ବୁଦ୍ଦିଆ ତାଙ୍କୁ ପାଖକୁ ଡାକି ତାଙ୍କ ଆପତ୍ତିଜନକ ସ୍ଥାନକୁ ବାରମ୍ବାର ଛୁଁଇବା ସହ ଅପବ୍ୟବହାର କରୁଛନ୍ତି। ପରିବାର ଅଭିଯୋଗ ପରେ ଏହି ବିଷୟକୁ ନେଇ ୨୫ ତାରିଖ ଦିନ ସ୍କୁଲ କାର୍ଯ୍ୟାଳୟରେ ଆଲୋଚନା ହେଉଥିବା ବେଳେ ଉତ୍ତ୍ୟକ୍ତ ଲୋକେ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ପ୍ରତିଶୋଧ ନେବାପାଇଁ ଅଡ଼ିବସିଥିଲେ।

ଖବର ପାଇବା ପରେ ବ୍ଲକ୍‌ ଶିକ୍ଷାଧିକାରୀ ଗୋବର୍ଦ୍ଧନ ଭୋଇ ଓ ଅତିରିକ୍ତ ଶିକ୍ଷାଧିକାରୀ ଅଜିତ ମିଶ୍ର ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ପରେ ଏବିଇଓ ଅଜିତ ମିଶ୍ର ପୁଲିସକୁ ଲିଖିତ ଅଭିଯୋଗ କରିବା ପରେ ଦେଓଗାଁ ପୁଲିସ ଆଇଆଇସି ତରାବତୀ ପ୍ରଧାନ ଥାନାକୁ ଆଣି ପଚରାଉଚରା କରିଥିଲେ। ଗୁରୁବାର ଦିନ ଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିଲା। ଶୁକ୍ରବାର ଦେଓଗାଁ ଥାନା କେସ୍‌ ନମ୍ବର-୧୪୯ରେ ପୋକ୍ସୋ, ଏସ୍‌ସିଏସ୍‌ଟିରେ ଦଫା ରୁଜୁକରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଶିକ୍ଷକଙ୍କ ଏପରି ଆଚରଣକୁ ସବୁ ମହଲରେ ନିନ୍ଦା କରାଯାଇଛି।