ଜି-୨୦ ସମ୍ମିଳନୀରେ ଯୁଦ୍ଧକୁ ନେଇ ମୋଦୀଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ଆଜିଠୁ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି । ଏଥିରେ ଭାରତର ପ୍ରତିନିଧିତ୍ୱ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସମ୍ବୋଧନରେ ବିଶେଷ ରୂପେ ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଉପରେ ନିଜର ମତାମତ ରଖିଛନ୍ତି । ମୋଦୀ କହିଛନ୍ତି ଯେ, ଋଷ ଓ ୟୁକ୍ରେନ ଯୁଦ୍ଧକୁ ରୋକିବା ସହ କୂଟନୀତି ରାସ୍ତାକୁ ଫେରିବା ପାଇଁ ବାଟ କାଢ଼ିବାକୁ ପଡ଼ିବ । ଗତ ଶତାଦ୍ଦୀରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଯୋଗୁ ସମଗ୍ର ବିଶ୍ୱବାସୀଙ୍କୁ ଭୟାବହ ପରିସ୍ଥିତିର ସାମ୍ନାକୁ କରିବାକୁ ପଡ଼ିଥିଲା । କୋଭିଡ ପରେ ଏକ ନୂଆ ବିଶ୍ୱ ବ୍ୟବସ୍ଥା କରିବା ଦାୟିତ୍ୱ ଆମ କାନ୍ଧରେ ରହିଛି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଜିର ସାର ଅଭାବ କାଲି ଖାଦ୍ୟ ଅଭାବରେ ପରିଣତ ହେବ । ଆମକୁ ଉଭୟ ସାର ଓ ଖାଦ୍ୟ ସାମଗ୍ରୀ ଯୋଗାଣରେ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଆପୋଷ ବୁଝାମଣା କରିବାକୁ ପଡ଼ିବ । ବୈଶ୍ୱିକ ବିକାଶ ପାଇଁ ଶକ୍ତିକୁ ସୁରକ୍ଷିତ ରଖିବାକୁ ପଡ଼ିବ ।