ଶ୍ରଦ୍ଧା ହତ୍ୟା ଘଟଣାରେ ସିନ ରିକ୍ରିଏଟ କଲା ଦିଲ୍ଲୀ ପୁଲିସ: ହଲିଉଡ ସିରିଜରୁ ମିଳିଥିଲା ପ୍ରେରଣା

ନୂଆଦିଲ୍ଲୀ: ଦିଲ୍ଲୀର ମେହରୁଲିରେ ଶ୍ରଦ୍ଧାଙ୍କ ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ପୁଲିସ ଯାଞ୍ଚ ଆରମ୍ଭ କରିଦେଇଛି । ଅଭିଯୁକ୍ତ ପ୍ରେମିକ ଅଫତାବ ଅମୀନ ପୁନାୱାଲାକୁ ମେହରୁଲ ଜଙ୍ଗଲକୁ ନେଇ ଦିଲ୍ଲୀ ପୁଲିସ ସିନ ରିକ୍ରିଏଟ କରିଛି । ଅଫତାବ ଶ୍ରଦ୍ଧାଙ୍କ ଶରୀରକୁ ୩୫ ଖଣ୍ଡ କରି ଏହି ଜଙ୍ଗଲରେ ଫୋପାଡ଼ିଥିବାରୁ ପୁଲିସ ଶ୍ରଦ୍ଧାଙ୍କ ଶରୀର ଖୋଜିବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଥିବା ଜଣାପଡ଼ିିଛି ।

ପୁଲିସ ମୁତାବକ, ମେ’ ୧୮ ତାରିଖରେ ଶ୍ରଦ୍ଧା ଓ ଅଫତାବଙ୍କ ମଧ୍ୟରେ ବିବାହକୁ ନେଇ ଝଗଡ଼ା ହୋଇଥିଲା । ଏହି ସମୟରେ ଅଫତାବଙ୍କୁ ଶ୍ରଦ୍ଧା ଚାପୁଡ଼ା ମାରିଥିଲେ । ଏଥିରେ ଅଫତାବ ରାଗିଯାଇ ଶ୍ରଦ୍ଧାଙ୍କ ଗଳାକୁ ଚାପି ଧରିଥିଲା । ଏହାର କିଛି ସମୟ ପରେ ଶ୍ୱାସରୁଦ୍ଧ ହୋଇ ଶ୍ରଦ୍ଧା ପ୍ରାଣ ହରାଇଥିଲେ । ପରେ ଧରାପଡ଼ିବା ଭୟରେ ଶ୍ରଦ୍ଧାଙ୍କ ଶବକୁ ଠିକଣା ଲଗାଇବାକୁ ଅଫତାବ ଯୋଜନା କରିଥିଲା । ଅଫତାବ ହଲିଉଡ ସିରିଜ ‘ଡେକ୍ସଟର’ ଦେଖି ମୃତଦେହ ନଷ୍ଟ କରିବାର ଉପାୟ ଶିଖିଥିଲା । ଏଥିରୁ ପ୍ରେରିତ ହୋଇ ମେ’ ୧୯ରେ ଅଫତାବ ୩୦୦ ଲିଟରର ଫ୍ରିଜ କିଣିଥିଲା । ଆଉ ଶରୀରକୁ ଖଣ୍ଡ ଖଣ୍ଡ କରି ୧୮ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖିବା ପରେ ଜଙ୍ଗଲରେ ଫିଙ୍ଗିଥିଲା ।