ଆଜି ପଶ୍ଚିମବଙ୍ଗ-ଆସାମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଆଗକୁ ୫ଟି ରାଜ୍ୟରେ ହେବାକୁ ଯାଉଛି ନିର୍ବାଚନ। ଏନେଇ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପଶ୍ଚିମବଙ୍ଗରେ ଟିଏମସିକୁ ପରାଜୟର ସ୍ୱାଦ ଚଖେଇ ବିଜୟର ବାନା ଉଡାଇବାକୁ ଜୋରଦାର ପ୍ରସ୍ତୁତି କରୁଛି ବିଜେପି। ଏନେଇ ଆଜି ପୁଣି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପଶ୍ଚିମବଙ୍ଗର ପୁରୁଲିଆରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ। ଏହାପରେ ଆସାମ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ନନ୍ଦିଗ୍ରାମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ପରେ ଏହା ମୋଦୀଙ୍କ ପ୍ରଥମ ଗସ୍ତ ହେବ।

କୁହାଯାଉଛି,ଏଥର ନିର୍ବାଚନର ରଣନୀତି ବଦଳାଇଛି ବିଜେପି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ବଦଳରେ ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାକୁ ଆଣିବାକୁ ଚେଷ୍ଟା କରିବ ଦଳ। ତେବେ ପଶ୍ଚିମବଙ୍ଗ ସହ ପ୍ରଧାନମନ୍ତ୍ରୀ ଆସାମ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଥାଉକି, ଏହି ରାଲି ଆସନ୍ତା ୨୦ରେ ହେବାକୁ ଥିଲା। ହେଲେ ୨ଦିନ ପୂର୍ବରୁ ଆୟୋଜନ କରାଯାଉଛି। ତେବେ ଆସନ୍ତା ୨୭ରେ ପଶ୍ଚିମବଙ୍ଗରେ ୩୦ଟି ସିଟ୍‌ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି।