ଦ୍ୱିତୀୟ ଦିନରେ ଶ୍ରୀମନ୍ଦିର ସୁରକ୍ଷା ଯାଞ୍ଚ କରୁଛି ଏନଏସଜି

ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଗତକାଲିଠୁ ଏନଏସଜି ଟିମ ଯାଞ୍ଚ ଆରମ୍ଭ କରିଥିବା ବେଳେ ଆଜି ଦ୍ୱିତୀୟ ଦିନରେ ସକାଳୁ ଟିମ୍ ଯାଞ୍ଚ ଆରମ୍ଭ କରିଥିବା ଦେଖାଯାଇଛି। ଏନଏସଜି ଟିମ୍ ଡ୍ରୋନ ଉଡାଇ ଶ୍ରୀମନ୍ଦିରର ଫଟୋ ଉତ୍ତୋଳନ କରିବା ସହିତ ଯେକୌଣସି ଆକ୍ରମଣର ମୁକାବିଲା କିପରି କରିହେବ ତାହାର ସମୀକ୍ଷା କରିଛି। ଏନଏସଜିର ୩ ଜଣିଆ ଟିମ୍ ଏହି ସୁରକ୍ଷା ଯାଞ୍ଚରେ ସାମିଲ ହୋଇଛନ୍ତି। ଓଡ଼ିଶା ପୁଲିସର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କୌଶିକ ନାୟକ ଏହି ସମୀକ୍ଷାରେ ଏନଏସଜି ଟିମକୁ ସହାୟତା କରିଥିଲେ।

ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚୀର ନିର୍ମାଣ ସମ୍ପର୍କରେ ସେ ଏନଏସଜି ଟିମକୁ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଏବେ ଶ୍ରୀମନ୍ଦିର ସୁରକ୍ଷା ପାଇଁ କ’ଣ ବ୍ୟବସ୍ଥା ରହିଛି ଆଗକୁ କ’ଣ କରାଯିବ ତାହାର ମଧ୍ୟ ଯାଞ୍ଚ କରିଛି ଏନଏସଜି। ଗତକାଲି ମଧ୍ୟ ଏହି ଟିମ୍ ଶ୍ରୀମନ୍ଦିର ସୁରକ୍ଷା ଯାଞ୍ଚ କରୁଥିଲା।