ଦେଶରେ ୩୫ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ, ୧୭୨ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାକୁ ଲାଗିଥିବା ବେଳେ ଦିନକରେ ୩୫ ହଜାର ଟପିଛି ସଂକ୍ରମଣ ମାମଲା, ଯାହାକି ଚଳିତ ବର୍ଷରେ ସର୍ବାଧିକ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ୩୫,୮୭୧ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥିସହିତ ୧୭୨ ଜଣଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ କରୋନା ପଜିଟିଭ ସଂଖ୍ୟା ୧ କୋଟି ୧୪ ଲକ୍ଷ ୭୪ ହଜାର ୬୦୫ରେ ପହଞ୍ଚିଛି। ମୋଟ ମୃତ୍ୟୁ ସଂଖ୍ୟା ମଧ୍ୟ ୧ ଲକ୍ଷ ୫୯ ହଜାର ୨୧୬କୁ ବୃଦ୍ଧି ପାଇଛି।

ଦେଶରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୫୨ ହଜାର ୩୬୪ ଜଣ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି ଏବଂ ୧ କୋଟି ୧୦ ଲକ୍ଷ ୬୩ ହଜାର ୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି।