ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ର ପ୍ରଶଂସା କରିଛନ୍ତି। ବିଜେପି ସଂସଦୀୟ ଦଳର ବୈଠକକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ, ଫିଲ୍ମରେ ଏମିତି ସତ୍ୟକୁ ଉପସ୍ଥାପନ କରାଯାଇଛି ଯାହାକୁ ଅନେକ ବର୍ଷରୁ ଦବେଇ ଦିଆ ଯାଇଥିଲା । ଏମିତି ଫିଲ୍ମ ବାରମ୍ବାର ନିର୍ମାଣ ହେବା ଉଚିତ ।
ଅନ୍ୟପଟେ ବିରୋଧୀଙ୍କୁ ଟାର୍ଗେଟ କରି ମୋଦୀ କହିଥିଲେ ଯେ, ସେହି ସମୟରେ ଯଦି କେହି ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ଫିଲ୍ମ ପ୍ରସ୍ତୁତ କରିଥାନ୍ତେ ଏବଂ ଦୁନିଆ ସମ୍ମୁଖରେ ରଖିଥାନ୍ତେ ତା’ହେଲେ ଆମେ ମେସେଜିଂ କରି ପାରିଥାନ୍ତେ । ପ୍ରଥମଥର ପାଇଁ ଜଣେ ବିଦେଶୀ ଗାନ୍ଧୀଙ୍କ ଉପରେ ଫିଲ୍ମ ନିର୍ମାଣ କରିଥିଲେ । ଆଉ ଉକ୍ତ ଫିଲ୍ମକୁ ଯେବେ ଓସ୍କାର ପୁରସ୍କାର ମିଳିଲା ସେତେବେଳେ ସମସ୍ତେ ଜାଣିଲେ ମହାତ୍ମା ଗାନ୍ଧୀ କେତେ ବଡ଼ ମହାନ ବ୍ୟକ୍ତି ଥିଲେ ।