ଭୁଲ ପ୍ରଶ୍ନ ପାଇଁ ଫୁଲ ମାର୍କ ଦେଲା ସିବିଏସଇ

କଟକ,ଏନ୍‌ଏନ୍‌ଏସ୍‌: ଦଶମ ଟର୍ମ-୧ ଓଡ଼ିଆ ପ୍ରଶ୍ନପତ୍ରର ତ୍ରୁଟିଯୁକ୍ତ ପ୍ରଶ୍ନରେ ଉତ୍ତର ଦେବାକୁ ଚେଷ୍ଟା କରିଥିବା ପିଲାଙ୍କୁ ଫୁଲ ମାର୍କ ମିଳିଛି । ଭୁଲ୍ ପ୍ରଶ୍ନ ସତ୍ୱେ ଯିଏ ଉତ୍ତର ଦେଇଛନ୍ତି ସେମାନଙ୍କୁ ମାର୍କ ମିଳିଥିବା ଜଣାପଡ଼ିଛି । ଏକ୍ସପର୍ଟ କମିଟି ରିପୋର୍ଟ ଆଧାରରେ ସିବିଏସଇ ମାର୍କ ଦେଇଛି । ଭୁଲ ପ୍ରଶ୍ନପତ୍ର ନେଇ ଅସନ୍ତୋଷ ପରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୪ ଘଣ୍ଟାରେ ସମାଧାନର ବାଟ କାଢ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସିବିଏସଇ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲା ।