ବର୍ଲିନରେ ମୋଦୀଙ୍କୁ ଗାର୍ଡ ଅଫ ଅନର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ୟୁରୋପ ଗସ୍ତକୁ ଦୃଷ୍ଟିରେ ରଖି ଜର୍ମାନୀର ରାଜଧାନୀ ବର୍ଲିନରେ ପହଂଚିଛନ୍ତି । ଏୟାରପୋର୍ଟରେ ମୋଦୀଙ୍କ ଭବ୍ୟ ସ୍ୱାଗତ ହୋଇଥିବାବେଳେ ସେ ଭାରତୀୟ ସମୁଦାୟଙ୍କୁ ମଧ୍ୟ ଭେଟିଥିଲେ । ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ମଧ୍ୟ ଦିଆଯାଇଥିଲା । ପରେ ଜର୍ମାନୀ ଚାନ୍ସେଲର ଔଲାଫ ସ୍କୋଲଜଙ୍କୁ ଭେଟିଥିବା ଜଣାପଡ଼ିଛି ।

ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ଜର୍ମାନୀ ମଧ୍ୟରେ ଷଷ୍ଠ ସରକାରୀ ବିଚାର ବିମର୍ଶ ଆଇଜିସିରେ ଅଧ୍ୟକ୍ଷତା କରିବେ । ଏହା ଏକ ବିଶିଷ୍ଟ କାର୍ଯ୍ୟକ୍ରମ ଯାହାକି ଭାରତ କେବଳ ଜର୍ମାନୀ ସହ କରିଥାଏ । ଆଇଜିସି ୨୦୧୧ରେ ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉଭୟ ଦେଶରେ ଅନେକ ମନ୍ତ୍ରୀ ସାମିଲ ହେବେ । ଭାରତ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାମିଲ ହେବେ ।