ଆୱାର୍ଡ ଫେରାଇବା ପାଇଁ ଦିଲ୍ଲୀ ପହଞ୍ଚିଲେ ଖେଳାଳୀ

ନୂଆଦିଲ୍ଲୀ: କୃଷକଙ୍କ ଆନ୍ଦୋନଳକୁ ସମର୍ଥନ କରି ଆଜି ଅନେକ ଖେଳାଳୀ କେନ୍ଦ୍ର ସରକାର ଦ୍ୱାରା ଦିଆଯାଇଥିବା ଆୱାର୍ଡକୁ ଫେରାଇବା ପାଇଁ ରାଷ୍ଟ୍ରପତି ଭବନ ପହଞ୍ଚିଥିଲେ। କିନ୍ତୁ ରାଷ୍ଟ୍ରପତି ଭବନ ତରଫରୁ ସାକ୍ଷାତ କରିବାର ସମୟ ଦିଆଯାଇ ନଥିବାରୁ ପୁଲିସ ସେମାନଙ୍କୁ ଭିତରକୁ ପ୍ରବେଶ କରିବାର ଅନୁମତି ଦେଇନଥିଲା। ସେଥିପାଇଁ ଖେଳାଳୀମାନେ ସେଠାରୁ ଫେରିଯାଇଥିଲେ। ରାଷ୍ଟ୍ରପତି ଭବନରୁ ଯେବେ ଅନୁମତି ମିଳିବ ସେମାନେ ଆସିବେ ଓ ଆୱାର୍ଡ ଫେରାଇବେ ବୋଲି ଖେଳାଳୀ କହିଛନ୍ତି। ଏହି ପୂର୍ବ ଖେଳାଳୀଙ୍କ ମଧ୍ୟରେ ପଦ୍ମଶ୍ରୀ, ଅର୍ଜୁନ ଆୱାର୍ଡ, ଗୁରୁ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ଓ ଅନେକ ରାଷ୍ଟ୍ରୀୟ ପୁରସ୍କାର ବିଜେତା ସାମିଲ ଥିଲେ।
ସୂଚନାଯୋଗ୍ୟ, ପଞ୍ଜାବ ସହ ଜଡ଼ିତ ଅନେକ ଖେଳାଳି କୃଷକଙ୍କ ଆନ୍ଦୋଳନ ଓ କୃଷି ଆଇନକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ତାଙ୍କୁ ଦିଆଯାଇଥିବା ଆୱାର୍ଡକୁ ଫେରାଇବା ନେଇ ଘୋଷଣା କରିଥିଲେ।