ଏସଟିଏଫ୍ ଦ୍ୱାରା ଦେଢ କୁଇଣ୍ଟାଲ ରତ୍ନ ପଥର ଜବତ; ବଜାର ମୂଲ୍ୟ ଦେଢ କୋଟିରୁ ଊର୍ଦ୍ଧ୍ଵ

ରାୟଗଡା,ଏନ୍ଏନ୍ଏସ୍: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ନ୍ୟାୟରେ ଗଞ୍ଜେଇ ମାଫିଆକୁ ଧରିବା ବେଳେ ଉଧାର ହେଲା ଦେଢ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ରତ୍ନ ପଥର। ରାୟଗଡା ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଜଗନ୍ନାଥ କମ୍ପ୍ଲେକ୍ସର ଥିବା ଗଞ୍ଜେଇ ମାଫିଆର ଏକ ଘର ଉପରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚଢ଼ଉ କରି ବିପୁଳ ପରିମାଣର ରତ୍ନ ପଥର ଜବତ କରିଛି। ଚଢଉ ବେଳେ ଦୁଇଟି ଅଖା ବସ୍ତାରେ ଥିବା ବିଭିନ୍ନ କିସମର ୧୫୩ କିଲୋ ରତ୍ନ ପଥର ଜବତ ହୋଇଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୫୦ ଲକ୍ଷ ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି। ଏହି ମାମଲାରେ ଜଣଙ୍କୁ ଅଟକ ରଖି କ୍ରାଇମବ୍ରାଞ୍ଚ ପଚରାଉଚରା କରୁଛି।