ରାଉରକେଲା ଆଇଜିଏଚରେ ହେବ ପ୍ଲାଜମା ଥେରାପି

ରାଉରକେଲା,ଏନ୍ଏନ୍ଏସ୍: ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ)ରେ ଆରମ୍ଭ ହେବାକୁ ଯାଉଛି ପ୍ଲାଜମା ଥେରାପି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସାଧୀନ ଥିବା ଗୁରୁତର କରୋନା ରୋଗୀଙ୍କୁ ଆଇଜିଏଚରେ ପ୍ଲାଜମା ଥେରାପି ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏଥିସହ ରାଉରକେଲାରେ ମଧ୍ୟ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହେବ। ଏନେଇ ଆଜି ଆଇଜିଏଚର ବରିଷ୍ଠ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକର ଅନୁଷ୍ଠିତ ହେବାକୁ ଯାଉଛି। ତେବେ ବୈଠକରେ କେବେ ଠାରୁ ଆଇଜିଏଚରେ ଏହି ପ୍ଲାଜମା ଥେରାପି ଆରମ୍ଭ ହେବ ଓ ଏହାର ପରିଚାଳନା ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ଅପରପକ୍ଷରେ କରୋନା ସଂକ୍ରମଣ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟରର ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାପଡ଼ିଛି। ସେହିପରି ରାଉରକେଲା କୋଭିଡ କେୟାର ସେଣ୍ଟରରେ ବେଡ ସଂଖ୍ୟା ୭ ଶହରୁ ୧୭ ଶହକୁ ବୃଦ୍ଧି କରାଯିବ ବୋଲି ଘୋଷଣା ହୋଇଛି।