ଲକଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ଭଦ୍ରକ ସହରର ୩ ହୋଟେଲ ସିଲ

ଭଦ୍ରକ,ଏନ୍ଏନ୍ଏସ୍: ଲକଡାଉନ କଟକଣା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଭଦ୍ରକ ସହରର ୩ ହୋଟେଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ଏହି ପରିପ୍ରେକ୍ଷୀରେ ଉପଜିଲ୍ଲାପାଳ ପିତାମ୍ବର ସାମଲ ଗତକାଲି ରାତ୍ରିରେ ଭଦ୍ରକ ସହର ସ୍ଥିତ ହୋଟେଲ ଆଞ୍ଚଲ, ହୋଟେଲ ସ୍ୱାଦ ଓ ହୋଟେଲ ଡାଲଚିନିକୁ ସିଲ କରିଛନ୍ତି।

ସୂଚନା ଅନୁସାରେ ଜିଲ୍ଲାରେ କରୋନା ସଂକ୍ରମଣକୁ ଲକ୍ଷ କରି ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ କଟକଣା ଲାଗୁ ହୋଇଛି। ତେବେ ଏହି ସମୟରେ ସକାଳ ୫ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ଅନୁମତି ରହିଛି। ସେହିପରି ଦିନ ଗୋଟାଏରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ମାତ୍ର ଏହି ନିୟମର ଉଲ୍ଲଂଘନ କରି ହୋଟେଲ ଗୁଡ଼ିକ ନିଜର ବ୍ୟବସାୟ କରୁଛନ୍ତି। ତେବେ ଏ ସମ୍ପର୍କରେ ଉପଜିଲ୍ଲାପାଳ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ହୋଟେଲଗୁଡ଼ିକୁ ସିଲ କରିଛନ୍ତି।