ବଢ଼ିଲା ଯୁକ୍ତ ୨ ନାମଲେଖା ଅବଧି

କଟକ,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ବଢ଼ିଯାଇଛି । ଫଳରେ ଅଗଷ୍ଟ ୨୫ ପର୍ଯ୍ୟନ୍ତ ହେବାକୁ ଥିବା ନାମଲେଖା ୩୦ ପର୍ଯ୍ୟନ୍ତ ହେବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୮ରୁ ୧୦ ପର୍ଯ୍ୟନ୍ତ ହେବାକୁ ନେଇ ନିଷ୍ପତ୍ତି ନିଆଯାଇଛି । ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଅବଧି ବଢ଼ାଇଛନ୍ତି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।