ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ତାକୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀମତୀ ଶ୍ୱେତା ମିଶ୍ରଙ୍କ ଅଧ୍ୟକ୍ଷତାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ସିଭିଲ କୋର୍ଟର ଏସଡିଯେଏମ ଲୋପାମୁଦ୍ରା ପ୍ରକାଶ, ପେସ୍କୋ ଜଜ୍ ପ୍ରଶାନ୍ତ କୁମାର ନାୟକ, ଫରେଷ୍ଟର ଗୁଣନିଧି ପରିଡ଼ା, ପାଟଣାଗଡ଼ ତାଲୁକ ଆଇନ ସେବା ସମିତିର ସଭ୍ୟ ଭକ୍ତରାମ ବାଗ ଓ ବରିଷ୍ଠ ଆଇନଜୀବୀ ଆଶିଷ କୁମାର ଚନ୍ଦନ ପ୍ରମୁଖ ଯୋଗଦେଇ କୋର୍ଟ ପରିସରରେ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ରମାଇ ହାଇସ୍କୁଲର ବହୁ ଛାତ୍ର ଯୋଗ ଦେଇଥିଲେ । ଏଡିଜେ ଶ୍ୱେତା ମିଶ୍ର ବନ ମହୋତ୍ସବର ଉପକାରିତା ବିଷୟରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ସିଭିଲ କୋର୍ଟର ସମସ୍ତ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।