ଫ୍ୟାନ କ୍ଲବ୍ ତରଫରୁ ଧୋନିଙ୍କ ଜନ୍ମଦିନରେ ରକ୍ତଦାନ ଶିବିର

ସୁବର୍ଣ୍ଣପୁର,ଏନ୍‌ଏନ୍‌ଏସ୍‌: ଭାରତୀୟ କ୍ରିକେଟ ଟିମର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୪୧ତମ ଜନ୍ମଦିନ ଆଜି ସୁବର୍ଣ୍ଣପୁର ଜିଲ୍ଲାର ଗଝ ଧୋନି ଫ୍ୟାନ୍ କ୍ଲବ୍ ପକ୍ଷରୁ ଆୟୋଜିତ ହୋଇଯାଇଛି । ଏହି ଅବସରରେ ପିନାକିନି ପୋଲି କ୍ଲିନିକରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଗଝ ଧୋନି ଫ୍ୟାନ କ୍ଲବର ଦିନେଶ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଦୀର୍ଘ ୫ବର୍ଷ ଧରି ଏହି ଦିନରେ ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଧୋନି ଫ୍ୟାନ କ୍ଲବ୍ ସଦସ୍ୟ ଓମ୍ ପ୍ରକାଶ ମିଶ୍ର, ପୁରୁଷୋତ୍ତମ ପାତ୍ର , ଜିତୁ ସାହୁ, ରାଜେଶ୍ ପାଣ୍ଡେ ଓ ପ୍ରକାଶ ବଡ଼େଇ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଆୟୋଜନରେ ସହୟୋଗ କରିଥିଲେ । ଜିଲ୍ଲା ରକ୍ତ କେନ୍ଦ୍ରର ଡା. ଦୁର୍ଗା ଦତ୍ତ ଦାସ, ସୁବାସ ପଣ୍ଡା ଓ ଜଗତ ଦଉଅନ ରକ୍ତ ସଂଗ୍ରହ କରିଥିଲେ ।