ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌର ପରିଷଦ ମହାଦୁର୍ନୀତି ନେଇ ଚର୍ଚ୍ଚାରେ ଥିବାବେଳେ ଆଜି ପୁଣି ପୌର ପରିଷଦରେ କାର୍ଯ୍ୟରତ ୮୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ୬ ମାସର ଇପିଏଫ ଅର୍ଥ ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଜିଲ୍ଲା ସଫେଇ କର୍ମଚାରୀ ସଂଘ ସଭାପତି ଧର୍ମେନ୍ଦ୍ର କୁମାର ଦେବତାଙ୍କ ପକ୍ଷରୁ ନିର୍ବାହୀ ଅଧିକାରୀ ଆତସୀ ପରିଡ଼ା ଓ ପୌର କର୍ମଚାରୀଙ୍କ ବିରୁଦ୍ଧରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପରେ ଦେବଗଡ଼ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେହିପରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ସଫେଇ କର୍ମଚାରୀଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନର ଚେତାବନୀ ଦିଆଯାଇଛି । ତେବେ ନିର୍ବାହୀ ଅଧିକାରୀଙ୍କ ମତାମତ ନେବାରୁ ଏନେଇ ପୂର୍ବତନ ଆକାଉଣ୍ଟାଣ୍ଟଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।