ବାଳିକା ବିଦ୍ୟାଳୟରେ ବୃକ୍ଷ ରୋପଣ କଲେ ପୂର୍ବତନ ମନ୍ତ୍ରୀ ଓ ବ୍ଲକ ଅଧ୍ୟକ୍ଷ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବାଳିକା ବିଦ୍ୟାଳୟ ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପ୍ରଧାନଶିକ୍ଷକ ଭୀମସେନ ଦେହୁରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଓ ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ ଯୋଗଦେଇ ଛାତ୍ରୀଙ୍କ ସହ ବୃକ୍ଷ ରୋପଣ କରିଥିଲେ । ଏଥିସହିତ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଖେଳ ଶିକ୍ଷୟତ୍ରୀ ରଞ୍ଜିତା ମିଶ୍ର ସଭା ପରିଚାଳନା କରିଥିବାବେଳେ ବୀଣାପାଣି ନନ୍ଦ, ଜୋତ୍ସ୍ନାମୟୀ ତ୍ରିପାଠୀ, ନିପନ କୁମାର ନାୟକ, ବ୍ରହ୍ମା ଭୋଇ ଓ ପଦ୍ମାଳୟା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିବାବେଳେ ଛାତ୍ରୀ ନିହାରିକା ସାହୁ, ଲିପ୍ସା ରଣା, ଲିପା ସୁନା, ମନୀଷା ରଣା ଓ ଅଙ୍କିତା ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସନ୍ଧ୍ୟା ରାଣୀ ମିଶ୍ର ଧନ୍ୟବାଦ ଦେଇଥିଲେ ।